ଭାଗ୍ୟ ଥିଲେ ଧର ଧର

Want create site? Find Free WordPress Themes and plugins.

ଭାଗ୍ୟ ଥିଲେ ଧର ଧର
ପଦ୍ମପାଦ ହେ
ଖଣ୍ଡିବ କାଳ ବିପତ୍ତି
ପରମାଦ ହେ । ପଦ ।

କରିଅଛ ଯେବେ ଦୋଷ
ଜଣାଅ ଶ୍ରୀଗୁରୁ ପାଶ
ଛେଦି ହୋଇବ ଉଶ୍ୱାସ ଅପରାଧ ହେ । ୧ ।

ପାପ ପୋଡ଼ିବ ବ୍ରହ୍ମରେ
ନାମ ଅଲେଖ ଧର୍ମରେ
ଭଜ ସାତ୍ତ୍ୱିକ କର୍ମରେ ନିରିବେଦ ହେ । ୨ ।

ସତ୍ୟ ଅଟେ ଏ ଦୁଆର
ମନେ ଅପ୍ରତେ ନକର
ପଶ୍ଚାତେ ହେବ ଅସାର ପରମାଦ ହେ । ୩ ।

ଓଁକାର ପରମ ପଦୁଁ
ପିଅ ମକରନ୍ଦ ମଧୁ
କହେ ଭୀମ ଅରକ୍ଷିତ ଅତି ସ୍ୱାଦ ହେ । ୪ ।


ଅକ୍ଷୟ ମହାନ୍ତି ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ