ବାରମାସୀ କୋଇଲି

Want create site? Find Free WordPress Themes and plugins.

କୋଇଲି ଲୋ
ମଗୁଶିରେ ଆଦ୍ୟ ଗୁରୁବାର ।
ପଡ଼ି ଯେ ବାଣ୍ଟନ୍ତି ଲକ୍ଷ୍ମୀ ଦୁଆର ଦୁଅର ଲୋ ।

କୋଇଲି ଲୋ
ପଉଷରେ ପଡ଼ଇ ଶିଶିର ।
ମୋ କାନ୍ତ ରହିଲେ ଯାଇ ଦୂର ବିଦେଶର ଲୋ ।

କୋଇଲି ଲୋ
ମାଘମାସେ ମକର ମାଧୋଈ ।
ପର୍ଣ୍ଣଶାଳେ ଦିନ କାଟେ ରାମ ବଇଦେହୀ ଲୋ ।

କୋଇଲି ଲୋ
ଫଗୁଣରେ ଫଗୁଗୁଣ୍ଡା ମାରି ।
ଫରୁଆ ଦୋଳଗୋବିନ୍ଦ ଖେଳନ୍ତି ଚାଚେରୀ ଲୋ ।

କୋଇଲି ଲୋ
ଚଇତରେ ବସନ୍ତ ପବନ ।
ସୁଗ୍ରୀବକୁ ହକାରନ୍ତି ବୀର ଲଇକ୍ଷଣ ଲୋ ।

କୋଇଲି ଲୋ
ବଇଶାଖେ ଗିରୀଷମ ଖରା ।
ଭିଆଇ ଯେ ଛନ୍ତି ପ୍ରଭୁ ଚନ୍ଦନ ଯାତରା ଲୋ ।

କୋଇଲି ଲୋ
ଜ୍ୟେଷ୍ଠ ମାସେ ଫାଟି ପଡ଼େ ଖରା ।
ଚନ୍ଦନ କସ୍ତୁରୀ ପ୍ରଭୁ ବଉଳର ମାଳା ଲୋ ।

କୋଇଲି ଲୋ
ଆଷାଢ଼େ ଯେ ମେଘ ଘଡ଼ଘଡ଼ି ।
ଗୁଣ୍ଡିଚା ବିଜୟେ ପ୍ରଭୁ ନନ୍ଦିଘୋଷେ ଚଢ଼ି ଲୋ ।

କୋଇଲି ଲୋ
ଶ୍ରାବଣେ ଯେ ପାଚିପଡ଼େ ତାଳ ।
କାହିଁ ଯାଇ ରହିଲେ ଗୋ ଦଶରଥ ବାଳ ଲୋ ।

କୋଇଲି ଲୋ
ଭୋଦୁଅରେ ଫୁଟିପଡ଼େ କିଆ ।
ରାମଙ୍କୁ ନ ଦେଖି ଫାଟେ ଦଶରଥ ହିଆ ଲୋ ।

କୋଇଲି ଲୋ
ଅଶିଣେ ଯେ କୁଆଁରିଆ ଜହ୍ନ ।
ଜୂଆ ଖେଳୁଥାନ୍ତି ପ୍ରଭୁ ଲକ୍ଷ୍ମୀନାରାୟଣ ଲୋ ।

କୋଇଲି ଲୋ
କାର୍ତ୍ତିକେ ଯେ ରାଈ ଦାମୋଦର ।
ଅର୍ଘ୍ୟ ଯେ ବନ୍ଦାଉଥାନ୍ତି ସମୁଦ୍ର ପନ୍ତାର ଲୋ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ