ବାଘ ଗୀତ

Want create site? Find Free WordPress Themes and plugins.

ବାଲିଆ ବୋଲି ଯେ ଏକ ନଗର ।
ତହିଁ ନୃପତି ସାମନ୍ତ ସିଂହାର ।
ତହିଁରେ ପ୍ରବଳ ।
ନିରତେ ଶୁଭଇ ଶାର୍ଦ୍ଦୁଳ ଗୋଳ ।

କେ ବୋଲଇ ବାଘ ଆଜି ରାତିରେ ।
ବସିଥିଲା ଯେ ଚଉରା କତିରେ ।
ନଗ୍ର ଚାରିପାଖ ବୁଲିଯାଇଛି ।
ଚାଲୁଣି ପ୍ରାୟେକ ପାଦ ପଡ଼ିଛି ।
ଦେଖିଲୁ ସକାଳେ ।
ଗରଜିଲା ଗଜା ତିନ୍ତୁଡ଼ି ମୂଳେ ।

କେ ବୋଲଇ ବେଳ ପ୍ରହରେ ଥିଲେ ।
ଫୁଲ ବାଗକୁ ଝପଟି ଅଇଲା ।
ତହିଁ ଚରୁଥିଲେ ବାଛୁରୀ ଗାଈ ।
ଗୋଟାଏ ଆକ୍ରୋଶି ଧଇଲା ଯାଇଁ ।
ମଡ଼ାକୁ କାମୋଡ଼ି ।
ଘେନି ପଳାଇଲା ଉତ୍ତରବାଡ଼ି ।

କେ ବୋଇଲା ଦୁଇ ପହର ବେଳେ ।
ବାଘ ବସିଥିଲା କଦମ୍ବ ମୂଳେ ।
ମୁଖ କରି ବସିଥିଲା ତଳକୁ ।
ଦେଖି ପଳାଇ ଅଇଲୁ ଘରକୁ ।
ମୋ ସଙ୍ଗେ ଗୋକୁଳ ।
ଥିଲେ ଦେଖି ହେଲେ ବଡ଼ ଆକୁଳ ।

ଗରଜନ ଘନ ଲୋକ ଗହଳ ।
ରକତ ବହି ଯିବାର ତ ଜଳ ।
ଭେକ ପରି ରଡ଼ି ଛାଡ଼େ ଚିତଳ ।
ବରାହ ଶବଦ ପକ୍ଷୀ ଚହଳ ।
ପୃଥ୍ୱୀ ଟଳମଳ ।
ଧୂମମୟରେ ଲୁଚିଲେ ଅଚଳ ।

ଚକମକ ଜକ ବିଜୁଳି ବାଣ ।
ଇନ୍ଦ୍ରଧନୁ ଧରି ବରଷେ ବାଣ ।
କରକା ଶବଦ ଟଙ୍କାର ଗୁଣ ।
ନଳୀ ଗୁଣ ପୁଣ ।
ଚଡ଼କ ପରାଏ ଘେନଇ ପ୍ରାଣ ।

ଆମନ୍ତ୍ରିବାର ଦେଖି ବ୍ୟାଘ୍ରମଣୀ ।
ରୋଷେ ଗରଜଇ ଦେହକୁ ଝୁଣି ।
ଦେଖିଲେ ସକଳ ।
ଗୁଳିରେ ଉଡ଼ି ଯାଇଛି କପାଳ ।

ରଖ ଯାଗୁଳାଈ ।
ସାମନ୍ତସିଂହାର ଭାବେ ଭଣଇ ।


କବି ଅଭିମନ୍ୟୁ ବାଲ୍ୟ ବୟସରେ ଏହି ଗୀତଟି ରଚନା କରିଥିଲେ ବୋଲି ଜନଶ୍ରୁତି ରହିଛି । ଏହା କବିଙ୍କ ଆଖିଦେଖା ଅନୁଭୂତି ବୋଲି କଥିତ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ