ଆରେ ଭଜ ମନ

Want create site? Find Free WordPress Themes and plugins.

ଆରେ ଭଜ ମନ
ଭଜି ପାରିଲେ ପାଇବୁ ଦରଶନ । ପଦ ।

ଚିତା ସଳଖରେ ଧୂନି ଘର
ଧବଳ ଚିତ୍ତକୁ ଲଏ କର
ଧାଉଂଅଛି ଜୀବ ପରମ ସାଙ୍ଗରେ
ଧପା ଦେଉଅଛି ନିରନ୍ତର । ୧ ।

ତ୍ରିବେଣୀ ବହୁଛି ତିନିଧାର
ବହନ୍ତା ନଇକୁ ଥଏ କର
ବଙ୍କୁନାଳେ ପାଣି ଉଠିବ ଉଜାଣି
ବୁଡି ଯିବ ତୋର ହଂସାଘର । ୨ ।

ତ୍ରିବେଣି ନଇ ପଛିମେ ଯାଇଂ
ତ୍ରିକୂଟ ସନ୍ଧିରେ ଅଛି ଅହି
ସେହି ଅହିବର ଶବଦ ଘାତର
ପଶି ନ ପାରନ୍ତି ତହିଂ କେହି । ୩ ।

ଦେଉଳ ଭିତରେ ଦେଖ ଠୁଳ
ଦେବତା ହୋଅନ୍ତି ହଳହଳ
ଦେଉଳେ ପଶିଲେ ଦ୍ରଶନ ପାଇବୁ
ମୋଖ୍ୟ ହୋଇଯିବ ପିଣ୍ଡ ତୋର । ୪ ।

କହଇ ଅଚ୍ୟୁତ ବ୍ରହ୍ମଗ୍ୟାଂନ
ପ୍ରଭୁ ପାଦପଦ୍ମେ ଦେଇ ମନ
କରୁଅଛି ସଦା ଏହି ନିବେଦନ
ଉଧର ମୋତେ ଜଗୁ ଜୀବନ । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ