ଅଣସର ଘରେ ଥିଲ

Want create site? Find Free WordPress Themes and plugins.

ଅଣସର ଘରେ ଥିଲ ଆଜ ବାହାର ହେଲ
ତ୍ରିଭଙ୍ଗୀ ଭଙ୍ଗୀ କରି ଚାହୁଁଛ । ୧ ।

ଶ୍ରୀଭୁଜେ ଭୁଜ ପେଲି ମତ୍ତଗଜ ପ୍ରାୟେ ଝୁଲି
ମହାପାତକ ମାନ ଦହୁଛ । ୨ ।

ମୃଦୁ ମଧୁର ହାସ ଅଧରେ ଜଗଦୀଶ
ତିନିପୁରକୁ ଯାଚି ଦେଉଛ । ୩ ।

ଅତି ମୋହନ ବେଶ ଧରି ନୀଳାଦ୍ରିବାସ
ଚାହିଁ ତିନିପୁରକୁ ତାରୁଛ । ୪ ।

କହେ ସାଲବେଗ ହୀନ ଏ ତ ଜଗମୋହନ
ଜଗମୋହନ ରୂପ ଧରିଛ । ୫ ।


ସିକନ୍ଦର ଆଲାମ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ