ଆଜ କି ଦେଖିଲି ବେନି ଡୋଳେ

Want create site? Find Free WordPress Themes and plugins.

ଆଜ କି ଦେଖିଲି ବେନି ଡୋଳେ ଲୋ ମିତ ।
ତ୍ରିଭଙ୍ଗୀ ଛନ୍ଦରେ, ଉଭାରି ସେ ଥିଲେ
କିଏ ଜଣେ ନୀପ ମୂଳେ ଲୋ ମିତ । ଘୋଷା ।

ବଡ଼ ବିପରୀତ ଦେଖିଲି ମୁଁ ପୁଣି
ଚନ୍ଦ୍ର ସୂର୍ଯ୍ୟ ଏକ ଠାବ ।
ଗୋଟି ଗୋଟି ହୋଇ ନକ୍ଷତ୍ର ମାଳିକା
କିଏ ତା ଗଣି ପାରିବ ଲୋ । ୧ ।

ମେଘର ସଙ୍ଗରେ ବିଜୁଳି ରହିଛି
ତାର କାନ୍ତି ଅନୁପମ ।
ଇନ୍ଦ୍ରଧନୁ ତୁଲେ କୁସୁମ ଶାୟକ
ବିନ୍ଧି ପକାଏ ମରମ ଲୋ । ୨ ।

ଘଡ଼ଘଡ଼ି ବକମାଳା କୁ ବିଚିତ୍ର
ଦେଖିଲା ନାହିଁ ନୟନ ଲୋ ।
ଘନରସ ବୃଷ୍ଟି ନ ହେଲେ ଗୋ ସଖୀ
ସଂସାର ହେବ ଉଚ୍ଛନ୍ନ । ୩ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ