ଆଜ ଦେଖିଲି ରେ ନବୀନ ବୟସୀ ବାଳା

Want create site? Find Free WordPress Themes and plugins.

ଆଜ ଦେଖିଲି ରେ ।
ନବୀନ ବୟସୀ ବାଳା ।
ପାଇଥାନ୍ତି ଯେବେ ଚନ୍ଦ୍ରବଦନୀକି
କରିଥାନ୍ତି ଗଳାମାଳା । ଘୋଷା ।

ଦୂରୁ ଦେଖି ମୋତେ କୁରଙ୍ଗୀନୟନା
ତର ତର ହୋଇ ଗଲା ।
କାଖେ କୁମ୍ଭ ଘେନି ଲେଉଟି ଚାହାଁନ୍ତେ
ମଦନଶର ଦହିଲା । ୧ ।

ସୁନ୍ଦର କନ୍ଦର୍ପ ଦର୍ପଣ ପରାୟେ
ଝଟକୁ ଥିଲା ତା ମୁଖ ।
ଚାହିଁଲା ମାତ୍ରକେ କ୍ଷୟ ଗଲା ମୋର
ଅଙ୍ଗକୁ କନ୍ଦର୍ପଦୁଃଖ । ୨ ।

କୋଟି କୋଟି ଶିବ ସେବା କରିଥିବ
ଯେ ଥିବ ଗଙ୍ଗାରେ ଧ୍ୟାୟି ।
ବୋଲେ ଉପଇନ୍ଦ୍ର କବିକୁଳଚନ୍ଦ୍ର
ତା ସଙ୍ଗ ଲଭିବ ସେହି । ୩ ।


ଭଜନ ସମ୍ରାଟ ଭିକାରୀ ବଳ ଓ ମହମ୍ମଦ ସିକନ୍ଦର ଆଲାମ୍ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ