ଅଇଲା ବସନ୍ତ ଜଜ

Want create site? Find Free WordPress Themes and plugins.

ଅଇଲା ବସନ୍ତ ଜଜ କଲାଟି ଜାରୀ
ଏବେ କାହିଁ ଯିବ କହି ବିଯୋଗୀ ନାରୀ । ଘୋଷା ।

ଚୂତ ବିଟପୀ ମିଶିଲ
ପରେ ଓକିଲ କୋକିଳ
ଶୁଖାଇଲା କଳ କଳ
ହୋଇ ଉଚ୍ଚାରି । ୧ ।

ଦର୍ପକ ମୁଦେଇ ରୋଷ
ହୋଇଣ କଲା ନାଲିସ
ଲେଖି ଖଣ୍ଡେ ଦରଖାସ୍ତ
ଦେଲା ଗୁଜାରି । ୨ ।

କୁରରୀ ପକ୍ଷୀ ନାଜର
ଝିଙ୍କାରୀ ହେଲା ପେଷ୍କାର
ହୋଇଛି ତହିଁ ମୟୂର
ମୁକୁତିଆରୀ । ୩ ।

ଚପରାଶୀ ହୋଇ କୀର
ଡାକେ ହାଜର ହାଜର
ଯହିଁରେ ସିରସ୍ତାଦାର
ହୋଇଛି ଶାରୀ । ୪ ।

କେତକୀ ବକୁଳ ନିମ୍ବ
ପାଇଣ ମଦନ ଦମ୍ଭ
ଗୁହା ହୋଇ ଦେଲେ
ତୁମ୍ଭ ମାମଲା ମାରି । ୫ ।

ଶୁଣିଣ ହାକିମ ରୁଷ୍ଟ
କଲା ପୁଣି ଉଆରଣ୍ଟ
ଆସିଅଛି ମଧୁଲିଟ
ବରକନ୍ଦାରି । ୬ ।

ବଲ୍ଲଭ ଅଛି ଯାହାର
ରତି ହାଇକୋର୍ଟ କର
କହଇ ଗଣେଶ କାମ
ଯିବଟି ହାରି । ୭ ।

Did you find apk for android? You can find new Free Android Games and apps.

One response on “ଅଇଲା ବସନ୍ତ ଜଜ

  1. Rudranarayan Dash

    ସୁନ୍ଦର

ମତାମତ ଦିଅନ୍ତୁ