ଆହେ ପ୍ରଭୁ ମହାବାହୁ

Want create site? Find Free WordPress Themes and plugins.

ଆହେ ପ୍ରଭୁ ମହାବାହୁ ।
ଶରଣ ସୋଦର ନୋହିଲେ ଆଉ । ପଦ ।

ଦିନୁ ଦିନୁ ଦୁଃଖ ହେଲା ଅତିରେକ
ବହୁତ ଜଞ୍ଜାଳ କଲେଣି ସାହୁ ।
ଅନ୍ନ ଜଳ ଥିଲେ ତିଉଣ ନ ମିଳେ
ଜାଳବିନା ପଡ଼ି କି ରୂପେ ପାଉ । ୧ ।

ଆସନ ନ ଥାଇ ଶୟନ କରୁଛି
ତୈଳବିନା ତନୁ ଖରସି ଥାଉ ।
ପେଜ ଘେନି ଅନ୍ନ ଗର୍ଭକୁ କ୍ଷେପିଲେ
ସନ୍ଧ୍ୟାକାଳେ ସନ୍ଧ୍ୟା ନ ଲାଗେ ଆଉ । ୨ ।

ଯେତେ ଯେତେ କଥା କଲ ହେ ବ୍ୟବସ୍ଥା
ଅନ୍ୟ ଜାଣିବାକୁ କେ ଅଛି ଆଉ ।
ଦେଖୁ ଦେଖୁ ହରି କଲ ଏତେ ସରି
ପାଦ ପଙ୍କଜରେ ଜୀବ ମିଳାଉ । ୩ ।

କାଳନ୍ଦୀ ହ୍ରଦରେ କମଳ ଫୁଟିଛି
ତହିଁ ଜଗୁଆଳ ସହସ୍ରେ ରାହୁ ।
ଢୋଳାଇ ପଡ଼ିଲେ ଚେତନା ହଜିବ
କେହି କାହାକୁ ନ ଚିହ୍ନିବେ ଆଉ । ୪ ।

ଛତିଆ ଗ୍ରାମରେ ପଡ଼ି ରହିଅଛି
ତୁଂଭ ମନରେ ଥାଉ କି ନ ଥାଉ ।
ପାମର ହାଡ଼ିଆ ଭାସି ଯାଉଅଛି
ସାଆନ୍ତ ବିନା କେ କୂଳେ ଲଗାଉ । ୫ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ