ଆହେ ପ୍ରଭୁ କଳାଶ୍ରୀମୁଖ

Want create site? Find Free WordPress Themes and plugins.

ଆହେ ପ୍ରଭୁ କଳାଶ୍ରୀମୁଖ
ତୁମ୍ଭ ରଥଯାତ ଦେଖି ନ ପାରିଲି
ଦେବାରୁ ଦାରୁଣ ଦୁଃଖ । ଘୋଷା ।

କେତେ କେତେ ମହା ଭକତମାନଙ୍କୁ
କଢ଼ାଇ ନେଉଛ ପଥ ।
ମୋତେ ଏତେବେଳେ ଏହା କରାଇଲ
ଦେଖିବାକୁ ଅସମର୍ଥ । ୧ ।

ଯେବେ ନିକଟକୁ ନ ନେଇ ଗୋସାଇଁ
ମନେ କଉଂ କଥା ପାଞ୍ଚି ।
ଏହିଠାରେ ତୁମ୍ଭ ରଥ ମୁଁ କରିବି
ଆସିବନା ତୁମ୍ଭେ ଘୁଞ୍ଚି । ୨ ।

ଦେଖାଯାଉ ଭଲା ହଟିଆ ନାଗର
କେତେ ଲଗାଇବୁ ହଟ ।
ନିଶ୍ଚୟ କରିବି ଛତିଆ ଗ୍ରାମରେ
ତୋହରି କଳପବଟ । ୩ ।

କାଳକାଳକୁ ଏ କଥା ରୁହାଇବି
ଦେଖିବେ ସଂସାର ଜନେ ।
ହାଡ଼ିଆ କମାର ଆଣ୍ଟ କି ଭଜିବ
ଶ୍ରୀହରି ବୋଲି ବଦନେ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ