ଆହା ମୋର ରତିଲାଳସୀ

Want create site? Find Free WordPress Themes and plugins.

ଆହା ମୋର ରତିଲାଳସୀ ।
ମନେ ପଡ଼େ ତୋର ଶ୍ରୀମୁଖ ଶଶୀ ।
ଦର ଦର ହାସ । ପୀୟୂଷ ପ୍ରକାଶ ।
କୁଞ୍ଚିତ ସୁନୀଳ-ଭ୍ରମର-କେଶୀ । ଘୋଷା ।

ଦିନେ ଚାନ୍ଦିନୀରେ ଚାନ୍ଦ ତଳରେ ।
ବସି ପରା ଧନ ମୋର କୋଳରେ ।
ତାମ୍ବୁଳ ଭୁଞ୍ଜାଇ । ମାନସ ରଞ୍ଜାଇ ।
ବିହିଥିଲୁ ଚୁମ୍ବ ପରାଣ ତୋଷି । ୧ ।

ଶେଯେ ମଲ୍ଲୀ ଫୁଲ ବିଞ୍ଚିବା କଥା ।
ମନେ ପଡ଼ି ହୃଦେ ଦିଅଇ ବ୍ୟଥା ।
ତୋ ବୀଣା ବଚନ । ହେବାରୁ ସ୍ୱପନ ।
ମଦନ ଶାୟକ ମାରଇ କଷି । ୨ ।

ରତନ ଅଳକା ମଣ୍ଡି ଚିକୁରେ ।
ଦିନେ ଦେଖୁଥିଲୁ ମୁଖ-ମୁକୁରେ ।
ପୃଷ୍ଠଦେଶ ଥାଇ । ଶୋଭା ଦେଖୁଥାଇଁ ।
ଦେଖି ପ୍ରତିଚୁମ୍ବ ଦେଲୁ ଯା ହସି । ୩ ।

ଦିନେ ଘନରାତି ପାହାନ୍ତି ଜାଣି ।
ସୁରତି ଆଶାରେ ଧଇଲି ଟାଣି ।
ରତି ବିପରୀତ । ତୋଷିଲୁ ସେ ଚିତ୍ତ ।
ବନମାଳୀ ଚାଟୁ ପଦକେ ରସି । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ