ଆହା ମୋ ନନ୍ଦ କୋଳେ ଗୋବିନ୍ଦ

Want create site? Find Free WordPress Themes and plugins.

ଆହା ମୋ ନନ୍ଦକୋଳେ ଗୋବିନ୍ଦ
ନନ୍ଦକୋଳେ ଶ୍ରୀ ଗୋବିନ୍ଦ
ବାଜେ ଶଙ୍ଖ ଭେରୀ ତୂରୀ ଭୁବନ ଆନନ୍ଦ । ଘୋଷା ।

ନୀଳ ନଳିନ ଲପନ ଶୋଭା ସୁସମ୍ପଦ
ଗୋପୀ ଗୋପାଳଙ୍କ ସୁଖ ପୁନିଅଁର ଚାନ୍ଦ । ୧ ।

ଯଶୋଦା ଅଞ୍ଚଳନିଧି ଶ୍ରୀ ବାଳମୁକୁନ୍ଦ
ଲାବଣ୍ୟ ଚରଣ ତଳ ରକ୍ତ ଅରବିନ୍ଦ । ୨ ।

ବଙ୍କିମା ଚାହାଣୀ କି ସେ ହାସ ମନ୍ଦ ମନ୍ଦ
ସଂସାର ସାର ସୁଷମା ଶ୍ରୀପରମାନନ୍ଦ । ୩ ।

ପାନ କରିବାକୁ ସେ ପଦାବ୍ଜ ମକରନ୍ଦ
ଗୌର ଚରଣ ଦ୍ୱିଜର ମାନସ ମିଳିନ୍ଦ । ୪ ।


ଏହି ଗୀତଟି ଜନ୍ମାଷ୍ଟମୀରେ କୃଷ୍ଣ ଜନ୍ମ ଉତ୍ସବ ପରେ ପରେ ବୋଲାହୁଏ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ