ଆହା ମୋ ମହୀମଣ୍ଡନା

Want create site? Find Free WordPress Themes and plugins.

ଆହା ମୋ ମହୀମଣ୍ଡନା
ମହା ଦୁଃଖ ସହିଲା । ଘୋଷା ।

ମେଲାଣି ବେଳେ ମନ୍ଥର
ଗତି କ୍ରୋଧେ ଥରଥର
ହୋଇ ବୋଇଲା ଏଥର
କାମ ଯଶ ରହିଲା । ୧ ।

ଲାଗି ଚଣ୍ଡକର କର
ଯେମନ୍ତ ଲତା ପ୍ରକାର
ତେମନ୍ତ ଦିଶିଲା କର
କରଦନା ସହିଲା । ୨ ।

ଘନ କଳାପି କଳାପ
-କେଶୀ କଲା କି ବିଳାପ
ଦମ୍ଭେ କହିଲି ସଂଳାପ
କେବେ ବୋଧ ନୋହିଲା । ୩ ।

ଢଳି ଅବନୀ ପୃଷ୍ଠରେ
ପଡ଼ିଲା କି ନିଚେଷ୍ଟାରେ
ପ୍ରାଣ ନ ଯାଇ କଷ୍ଟରେ
କି ଭାଗ୍ୟେ ତା ରହିଲା । ୪ ।

ଭାଷା ହେଲା ବିଭଳିତ
କମଳ ଦଳ ଚଳିତ
ନୟନେ ନୀର କଳିତ
ମୋ ମୁଖକୁ ଚାହିଁଲା । ୫ ।

ବନ୍ଧୁର ଦେଖି ସେ ଗତି
ଏଣିକି ଯା କଲି ଗତି
କହେ କ୍ଷିତି ଗଜଗତି
ମରଣ ତ ନୋହିଲା । ୬ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ