କୃତଜ୍ଞତା

Want create site? Find Free WordPress Themes and plugins.

ଏହି ପ୍ରକଳ୍ପର ନିର୍ମାଣ ଓ ପୃଷ୍ଠଭୂମି ବାବଦରେ ଅଧିକ ଜାଣିବେ ।
ଅଧିକ ପଢ଼ିବେ

ଏହି ସାଇଟ ନିର୍ମାଣ କରିବା ବେଳେ ମୁଁ ଅନେକ ବ୍ୟକ୍ତିମାନଙ୍କ ଠାରୁ ମୂଲ୍ୟବାନ ଉପଦେଶ ଓ ସହାୟତା ପାଇଛି । ସେମାନଙ୍କ ଭିତରୁ ଡ. ଦେବଦତ୍ତ ପଟ୍ଟନାୟକ, ଶ୍ରୀଯୁକ୍ତ ଶୁଭାଶିଷ ପାଣିଗ୍ରାହୀ, ଶ୍ରୀଯୁକ୍ତ ଶ୍ୟାମାନୁଜ ଦାଶ ଓ ଡ. ଡେଭିଡ ଡେନ୍ନେନ ପ୍ରମୁଖଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । ଏହି ସମସ୍ତ ମହୋଦୟଙ୍କୁ ବିନମ୍ର ଭାବେ ଧନ୍ୟବାଦ ଜଣାଉଛି ।

ଏହି ସାଇଟର ମୂଳ ଉଦ୍ଦେଶ୍ୟ ଥିଲା ସମଗ୍ର ପୁରାତନ ଓଡ଼ିଆ ସାହିତ୍ୟକୁ ଏକ ସ୍ଥାନରେ ଉପଲବ୍ଧ କରାଇବା । ଏହା ସଙ୍ଗେ ସଙ୍ଗେ ଅନେକ ଜିନିଷ ଏଥିରେ ହୋଇପାରିବା ପାଇଁ ସୁବିଧା ରହିଛି । ଯେଉଁ ପୁରାତନ ରଚନାର ଯେତିକି ଅଂଶ ମିଳିପାରୁଛି ତାହା ଯଥାସ୍ଥାନେ ସନ୍ନିବିଷ୍ଟ କରାଯାଇଛି । ଏଥି ଲାଗି ମୁଁ ଅନେକ ସାହିତ୍ୟ ଗବେଷକଙ୍କ ପୁସ୍ତକ ଓ ସଂକଳନଗୁଡ଼ିକର ସହାୟତା ନେଇଛି । ଏ ଭିତରୁ କେତେକ ପୁସ୍ତକାଳୟରୁ, ଅନ୍ୟ କେତେକ ଇଣ୍ଟରନେଟରୁ ଓ ବିବିଧ ଅନ୍ୟାନ୍ୟ ସ୍ଥାନରୁ ଅତି କଷ୍ଟରେ ସଂଗୃହୀତ ହୋଇଛି । ଏହି ସମସ୍ତ ବହିଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରି ପୁଣିଥରେ ସମ୍ମାନନୀୟ ସାହିତ୍ୟ ଗବେଷକଙ୍କ ଠାରେ କୃତଜ୍ଞତା ଜଣାଉଛି । ବିରଳ ଓଡ଼ିଆ ବହିଗୁଡ଼ିକୁ ସ୍କାନ କରି ଅନଲାଇନ ଉପଲବ୍ଧ କରାଇଥିବା ସୃଜନିକା ନିକଟରେ ମଧ୍ୟ ମୁଁ କୃତଜ୍ଞ ।

ଏହା ଛଡ଼ା ଓଡ଼ିଆ ଉଇକିପିଡ଼ିଆର ସମସ୍ତ ସଦସ୍ୟମାନଙ୍କ ବିନା ଏହା ସମ୍ଭବ ହୋଇନଥାନ୍ତା । ଉଇକିପାଠାଗାର ନାମକ ପ୍ରକଳ୍ପ ଓଡ଼ିଆ ଭାଷାରେ ଲିଖିତ ସମସ୍ତ ବହିଗୁଡ଼ିକୁ ରଖୁଥିବାବେଳେ ଏହି ସାଇଟଟି କେବଳ ଓଡ଼ିଶୀ ଓ ଲୋକସଙ୍ଗୀତ ସହ ଜଡ଼ିତ ଗୀତିସାହିତ୍ୟ ଲାଗି ଗଢ଼ା । ଏଣୁ ଏହି ସାଇଟରେ ରହିଥିବା ଲେଖାସବୁ ରାଗତାଳ ଆଦି ଜିନିଷ ଅନୁସାରେ ଛଣାଯାଇପାରିବ, ଅଧିକାଂଶ ଲେଖାର ରେକର୍ଡ଼ିଂ ରହିଛି ଓ ପ୍ରତିଟି ଜିନିଷ ସଙ୍ଗୀତ ଦୃଷ୍ଟିରୁ କରାହୋଇଛି । ସଙ୍ଗୀତ-ସାହିତ୍ୟ ଦୃଷ୍ଟିରୁ ଦେଖିଲେ ଏହାର ଅଧିକରୁ ଅଧିକ ଉପଯୋଗ କରିବାରେ ସକ୍ଷମ ହେବେ ।

କୋରାପୁଟର ଜ୍ଞାନ ମନ୍ଦିର ପୁସ୍ତକାଳୟ ଠାରୁ ଅନେକ ବିରଳ ଚଟିବହି ଓ ପୁରୁଣା କାବ୍ୟ ସଂଗୃହୀତ ହୋଇଛି । ମୁଖ୍ୟତଃ ପ୍ରାଚୀ ସମିତି ଓ ଉତ୍କଳୀୟ ପ୍ରାଚ୍ୟ ଗ୍ରନ୍ଥମାଳାର ବହିଗୁଡ଼ିକ ବିଶେଷ ସହାୟକ ହୋଇଅଛି । ଏଥିଲାଗି ମୁଁ ସେମାନଙ୍କ ପାଖରେ ଚିର କୃତଜ୍ଞ ।


  • ପ୍ରାଚୀନ ଓଡ଼ିଆ କବିତା (ଯତୀନ୍ଦ୍ରମୋହନ ମହାନ୍ତି)
  • ପ୍ରାଚୀନ ଓଡ଼ିଆ ଗଦ୍ୟ ସଂକଳନ (କୁଞ୍ଜବିହାରୀ ତ୍ରିପାଠୀ)
  • ଓଡ଼ିଆ ବୋଲି ସାହିତ୍ୟ (ସୁରେଶ ଚନ୍ଦ୍ର ଜେନା)
  • ଓଡ଼ିଆ କୋଇଲି ସାହିତ୍ୟ (ନୀଳମଣି ମିଶ୍ର)
  • ଓଡ଼ିଆ ଗୀତିକାବ୍ୟ ସଂକଳନ (ଡଃ ଜାନକୀବଲ୍ଲଭ ମହାନ୍ତି)
  • ସଙ୍ଗୀତ ସାଗର (ଦାମୋଦର ପଟ୍ଟନାୟକ)
  • ଓଡ଼ିଆ ପୋଇ ସାହିତ୍ୟ (ନୀଳମଣି ମିଶ୍ର)
  • ଓଡ଼ିଆ ରାମ ସାହିତ୍ୟ
  • ପ୍ରବନ୍ଧାବଳୀ (ଶ୍ୟାମସୁନ୍ଦର ରାଜଗୁରୁ)
  • ଶ୍ରୀମନ୍ଦିର ସଙ୍ଗୀତମାଳା (ନୃସିଂହନାଥ ଖୁଣ୍ଟିଆ)
  • ସଙ୍ଗୀତ ମାର୍କଣ୍ଡେୟ (ମାର୍କଣ୍ଡେୟ ମହାପାତ୍ର)
  • ଭଞ୍ଜ ଭୂମିକା (ଗୌରୀକୁମାର ବ୍ରହ୍ମା)
  • ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ (ଡଃ କରୁଣାକର କର)
  • ଓଡ଼ିଆ ସାହିତ୍ୟର ଇତିହାସ (ପ ସୂର୍ଯ୍ୟନାରାୟଣ ଦାଶ)
  • ପଞ୍ଚସଖା ଓଡ଼ିଆ ସାହିତ୍ୟ (ଦେବେନ୍ଦ୍ର ମହାନ୍ତି)
  • ପ୍ରାଚୀନ ଉତ୍କଳ (ଜଗବନ୍ଧୁ ସିଂହ)
  • ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
  • A Descriptive Catalogue of Odia Manuscripts (Nilamani Mishra)

ଏହା ଛଡ଼ା ବିଭିନ୍ନ ଗ୍ରନ୍ଥାବଳୀ, ପଦ୍ୟାବଳୀ ଇତ୍ୟାଦିରୁ ସାହାଯ୍ୟ ନିଆଯାଇଛି । ସେଗୁଡ଼ିକର ସଂଖ୍ୟା ଅତ୍ୟଧିକ ହୋଇଥିବାରୁ ସବୁଗୁଡ଼ିକର ତାଲିକା ଦେବା ସମ୍ଭବପର ହେଉନାହିଁ ।

Did you find apk for android? You can find new Free Android Games and apps.