ଆହା ମୋ ଜୀବନ ଧନୀ

Want create site? Find Free WordPress Themes and plugins.

ଆହା ମୋ ଜୀବନ ଧନୀ
ଜୀବନେ କି ଥିବରେ । ପଦ ।

ନିଶାକର ବିଧୁମୁଖୀ
କିସ କରୁଥିବ ରେ ।
ଆଶା ପଲଙ୍କରେ ବସି
ଭାଷା ଲେଖୁଥିବ ରେ । ୧ ।

ଗଳେ ଥିବା ମୋତିମାଳ
ତୁଟି ଲୋଟୁ ଥିବ ରେ ।
ଫୁଟି ଲୋଟୁଥିବ କେଶ
ଝାଳେ କଣ୍ଟୁ ଥିବରେ । ୨ ।

ଉତ୍ପଳନୟନୀ ତୋ
କପାଳେ ଏହା ଥିଲାରେ ।
ସୁଫଳିତ ଅଙ୍ଗ ତୋର
ବିଫଳିତ ହେଲାରେ । ୩ ।

ଭଣେ ଉପଇନ୍ଦ୍ର ଭଞ୍ଜ
କରି ପ୍ରୀତି ଆଶାରେ ।
ଆଉ କି ଶୁଣିବ ପ୍ରାଣ
ପ୍ରିୟା ପିକ ଭାଷାରେ । ୪ ।


ଭଜନ ସମ୍ରାଟ ଭିକାରୀ ବଳ ଓ ରଘୁନାଥ ପ୍ରଧାନ ଏହି ଗୀତଟିକୁ ଗାଇଛନ୍ତି ।

ଶୁଣିବେ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ